Naxatra News(@NaxatraNewsOdia) 's Twitter Profileg
Naxatra News

@NaxatraNewsOdia

First Odia News & Current Affairs Channel | #PowerofTruth

ID:912250119516413953

linkhttps://naxatranews.com calendar_today25-09-2017 09:39:12

13,6K Tweets

4,7K Followers

31 Following

Naxatra News(@NaxatraNewsOdia) 's Twitter Profile Photo

ଗୋଟିଏ ଯୁଗର ଅବସାନ | ପରଲୋକରେ ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନା | ୯୩ ବର୍ଷ ବୟସରେ ପରଲୋକ | ଶ୍ରମିକଙ୍କ ସ୍ୱାର୍ଥର ସାରଥୀ ଥିଲେ ଘନଶ୍ୟାମ | ରବିବାର ଅର୍ଦ୍ଧାଙ୍ଗିନୀ ହେମଲତାଙ୍କୁ ହରାଇଥିଲେ, ଆଉ ଆଜି ସେ ନିଜେ ଚାଲିଗଲେ |

ଗୋଟିଏ ଯୁଗର ଅବସାନ | ପରଲୋକରେ ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନା | ୯୩ ବର୍ଷ ବୟସରେ ପରଲୋକ | ଶ୍ରମିକଙ୍କ ସ୍ୱାର୍ଥର ସାରଥୀ ଥିଲେ ଘନଶ୍ୟାମ | ରବିବାର ଅର୍ଦ୍ଧାଙ୍ଗିନୀ ହେମଲତାଙ୍କୁ ହରାଇଥିଲେ, ଆଉ ଆଜି ସେ ନିଜେ ଚାଲିଗଲେ | #Odisha #NAXATRANEWS #DEMISE #LABOURUNION #leader
account_circle
Naxatra News(@NaxatraNewsOdia) 's Twitter Profile Photo

ଅପରାହ୍ନରେ ବିଧାନସଭା ଆରମ୍ଭରୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଜାରି | ପୋଡିୟମ ତଳେ ବିଜେପି ସଦସ୍ୟ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ଏବଂ ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦକୁ ଦାବି ନେଇ ବିଜେପି ସଦସ୍ୟଙ୍କ ନାରାବାଜି | ଗୃହକୁ ୫:୪୫ ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି |

account_circle
Naxatra News(@NaxatraNewsOdia) 's Twitter Profile Photo

ପୂର୍ବରୁ ଗୀତ ମାଧ୍ୟ୍ୟମରେ ସରକାରଙ୍କୁ ଗୁହାରି କରି ରଗଡି ଅଞ୍ଚଳର ଦୃଷ୍ଟିହୀନ ପ୍ରଫୁଲ ଦାସ ଘରବାଡି ପଟା ପାଇଥିଲେ l ଦୀର୍ଘ ବର୍ଷେ ପରେ ମଧ୍ୟ ଆବାସ ଯୋଜନାରେ ଘର ନମିଳିବାରୁ ପୁଣି ଗୀତ ମାଧ୍ୟମରେ 5T ସଚିବ ଭି କେ ପାଣ୍ଡିଆନଙ୍କୁ କଟାକ୍ଷ କଲେ ଦିବ୍ୟାଙ୍ଗ l

account_circle
Naxatra News(@NaxatraNewsOdia) 's Twitter Profile Photo



ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଟ୍ରେନ୍ ବୋଲର ଧକ୍କା | ଟ୍ରେନର ଗତି ଧୀର ଥିବାରୁ ଅଳ୍ପକେ ବଞ୍ଚିଥିଲେ ବୋଲରରେ ଥିବା ଯାତ୍ରୀ | ବୋଲର ଚାଳକର ଅସାବଧାନତା ଯୋଗୁଁ ଏଭଳି ଘଟିଥିବା ସୂଚନା ମିଳିଛି |

#୩୦_ମିଟର_ବୋଲରକୁ_ଘୋଷାଡ଼ି_ନେଲା_ଟ୍ରେନ #ଅଳ୍ପକେ_ବର୍ତ୍ତିଲେ_ବୋଲରରେ_ଥିବା_ଯାତ୍ରୀ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଟ୍ରେନ୍ ବୋଲର ଧକ୍କା | ଟ୍ରେନର ଗତି ଧୀର ଥିବାରୁ ଅଳ୍ପକେ ବଞ୍ଚିଥିଲେ ବୋଲରରେ ଥିବା ଯାତ୍ରୀ | ବୋଲର ଚାଳକର ଅସାବଧାନତା ଯୋଗୁଁ ଏଭଳି ଘଟିଥିବା ସୂଚନା ମିଳିଛି | #NaxatraNews #Paradeep #Odisha
account_circle
Naxatra News(@NaxatraNewsOdia) 's Twitter Profile Photo


ରସୁଲପୁର ବ୍ଲକ ଅନ୍ତର୍ଗତ ଗୋପାଳପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ ଓ ଅଭିବାବକଙ୍କ ଟାୟାର ଜାଳି ରାସ୍ତାରୋକ l ରାସ୍ତାରେ ପ୍ରାର୍ଥନା କଲେ ଛାତ୍ରଛାତ୍ରୀ l

account_circle
Naxatra News(@NaxatraNewsOdia) 's Twitter Profile Photo


ଚନ୍ଦ୍ରପୃଷ୍ଠ ତାପମାତ୍ରା ବିଷୟରେ ପ୍ରଥମ ତଥ୍ୟ ପଠାଇଲା ଚନ୍ଦ୍ରଯାନ-୩ | ଚନ୍ଦ୍ରପୃଷ୍ଠର ତାପମାତ୍ରା ପ୍ରାୟ ୫୦ ଡିଗ୍ରି ସେଲସିୟସ୍ ଥିବାବେଳେ ୮ ସେମି ତଳକୁ ଏହା ବିଯୁକ୍ତ ୧୦ ଡିଗ୍ରି ଅଟେ। ଟ୍ୱିଟ କରି ଇସ୍ରୋର ସୂଚନା |

account_circle
Naxatra News(@NaxatraNewsOdia) 's Twitter Profile Photo


୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡ଼ି ପୁର ବଜାର ଠାରେ ଏହି ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ୬୭୫ ଲିଟର ମଦ ଜବତ ହୋଇଥିବା ସୂଚନା ମିଳିଛି।

account_circle
Naxatra News(@NaxatraNewsOdia) 's Twitter Profile Photo


ବୁଦାପେଷ୍ଟରେ ରବିବାର ହୋଇଥିବା ପୁରୁଷ ଜାଭଲିନ୍‌ ଫାଇନାଲ୍‌ରେ ନୀରଜ ଫାଉଲ୍‌ରୁ ଆରମ୍ଭ କରିଥିଲେ ହେଁ ଦ୍ବିତୀୟ ପ୍ରୟାସରୁ ସ୍ବର୍ଣ୍ଣ ପାଇଁ ଦାବିଦାର ରହିଥିଲେ। ଦ୍ବିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭଲିନ୍‌ ଫିଙ୍ଗି ସେ ଏହି ସଫଳତା ପାଇଥିଲେ।

account_circle
Naxatra News(@NaxatraNewsOdia) 's Twitter Profile Photo

ପ୍ରଖ୍ୟାତ ସାହିତ୍ୟିକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ପରଲୋକ | ଆଜି ମଧ୍ୟାହ୍ନ ୧୨ଟାରେ ହେବ ଶେଷକୃତ୍ୟ । ଖାନନଗର ବିଦ୍ୟୁତ୍ ଚୁଲାରେ ଦାହ ହେବ ମର ଶରୀର । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି।

account_circle
Naxatra News(@NaxatraNewsOdia) 's Twitter Profile Photo


ହିମାଚଳପ୍ରଦେଶରେ ପ୍ରକୃତିର କରାଳ ରୂପ | ଆଖି ପିଛୁଳାକେ ମାଟିରେ ମିଶିଯାଉଛି ବଡ ବଡ କୋଠା | ଭୂସ୍ଖଳନ ହେତୁ ଘର ଗୁଡିକ ଭୁଷୁଡ଼ି ଯାଉଥିବାର ସେ ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି |

account_circle
Naxatra News(@NaxatraNewsOdia) 's Twitter Profile Photo

ଚନ୍ଦ୍ରାୟାନ-୩ର ସଫଳତା ନେଇ ଡୁରାର ଚକଖଡି ଶିଳ୍ପୀ ତଥା ଇଞ୍ଜିନିୟରିଂ ଛାତ୍ର କେ.ବିଜୟ କୁମାର ରେଡ୍ଡୀଙ୍କ ପକ୍ଷରୁ ଚକଖଡିରେ ଚନ୍ଦ୍ରାୟାନର ବିଭିନ୍ନ କଳାକୃତି କରି ଖୁସି ମନାଇଛନ୍ତି।ଏଥି ସହ ଏହାର ସଫଳତା ପାଇଁ ମିଶନ ଚନ୍ଦ୍ରାୟାନରେ ସାମିଲ ରହିଥିବା ସମସ୍ତ ବୈଜ୍ଞାନିକଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି। ‌

account_circle
Naxatra News(@NaxatraNewsOdia) 's Twitter Profile Photo

ବହୁ ପ୍ରତିକ୍ଷିତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ | ଡେଙ୍ଗୁରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେଲେ ପ୍ରଣବ ପଟ୍ଟନାୟକ |

account_circle
Naxatra News(@NaxatraNewsOdia) 's Twitter Profile Photo

ରାୟଗଡ଼ା ବନଖଣ୍ଡ ଅଧିକାରୀ(ଡିଏଫଓ) ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଡିଏସପି ସନ୍ଧ୍ୟା ରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି।

account_circle
Naxatra News(@NaxatraNewsOdia) 's Twitter Profile Photo

ବୋରିଗୁମ୍ମା; ନବରଙ୍ଗପୁର ରୋଡ ୨୬ ନମ୍ବର ଜାତୀୟ ରାଜପଥ ଉପରେ ହୁ ହୁ ହୋଇ ଜଳିଗଲା ଏକ ଘରୋଇ ବସ। ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ।

account_circle
Naxatra News(@NaxatraNewsOdia) 's Twitter Profile Photo



ଲ୍ୟାଣ୍ଡରରୁ ଅଲଗା ହେଲା ରୋଭର ‘ପ୍ରଜ୍ଞାନ’ । ଚନ୍ଦ୍ରରେ ବିଚରଣ କରୁଛି ରୋଭର ପ୍ରଜ୍ଞାନ । ଟ୍ୱିଟ କରି ଇସ୍ରୋ ପକ୍ଷରୁ ସୂଚନା । ଚନ୍ଦ୍ରରେ ଅନେକ ତଥ୍ୟ ସଂଗ୍ରହ କରିବ ପ୍ରଜ୍ଞାନ ।

account_circle
Naxatra News(@NaxatraNewsOdia) 's Twitter Profile Photo

ମିଜୋରାମରେ ଏକ ନିର୍ମାଣଧୀନ ରେଳ ପୋଲ ଭୁଷୁଡ଼ି ପଡିବାରୁ ୨୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି | ଅନେକ ଗୁରୁତର ଆହତ ହୋଇଛନ୍ତି | ଘଟଣାସ୍ଥଳରେ ଚାଲିଛି ଉଦ୍ଧାର କାର୍ଯ୍ୟ |

account_circle
Naxatra News(@NaxatraNewsOdia) 's Twitter Profile Photo



ଭାରତ, ମୁଁ ମୋର ଲକ୍ଷ୍ୟସ୍ଥଳରେ ପହଞ୍ଚିସାରିଛି ଏବଂ ତୁମେ ମଧ୍ୟ!
ଚନ୍ଦ୍ରଯାନ-୩ ଅତି ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି । ଗତକାଲି ୬ଟା ୪ ମିନିଟରେ ଜହ୍ନରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଙ୍ଗ କରିଛି ଚନ୍ଦ୍ରଯାନ-୩ ।
ISRO

#ଇତିହାସ_ରଚିଲା_ଭାରତ #ଚନ୍ଦ୍ରର_ଦକ୍ଷିଣ_ମେରୁରେ_ଅବତରଣ_କରିବାରେ_ପ୍ରଥମ_ଦେଶ_ଭାରତ ଭାରତ, ମୁଁ ମୋର ଲକ୍ଷ୍ୟସ୍ଥଳରେ ପହଞ୍ଚିସାରିଛି ଏବଂ ତୁମେ ମଧ୍ୟ! ଚନ୍ଦ୍ରଯାନ-୩ ଅତି ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି । ଗତକାଲି ୬ଟା ୪ ମିନିଟରେ ଜହ୍ନରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଙ୍ଗ କରିଛି ଚନ୍ଦ୍ରଯାନ-୩ । #NaxatraNews @isro
account_circle
Naxatra News(@NaxatraNewsOdia) 's Twitter Profile Photo


ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକର କୁଡାପଡାରେ ଘଟିଛି ଏମିତି ଏକ ଘଟଣା l କୁଡାପଡା ବନ୍ଧ ହିଡ଼ରେ ଏକ ଅଜଗର ସାପ ଏକ ଛେଳିକୁ ଗିଳିଦେବାରୁ ଛେଳିଟିର ମୃତ୍ୟୁ ହୋଇଯାଇଛି l ବନବିଭାଗ ଅଜଗରକୁ ଉଦ୍ଧାରକରି ନିକଟସ୍ଥ ସୁନାପାଲି  ଜଙ୍ଗଲରେ ଛାଡିଛି |
#

account_circle
Naxatra News(@NaxatraNewsOdia) 's Twitter Profile Photo

ଆଜି ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ । ସଫଳତା ନେଇ ସବୁଠି ଚାଲିଛି ପୂଜାର୍ଚ୍ଚନା । ଚନ୍ଦ୍ରଯାନ-୩ର ସଫଳ ଅବତରଣ ନିମନ୍ତେ ଯୋଗଗୁରୁ ରାମଦେବ ବାବା ହରିଦ୍ୱାରରେ କଲେ ପୂଜା |

account_circle
Naxatra News(@NaxatraNewsOdia) 's Twitter Profile Photo

ଉତ୍ତରପ୍ରଦେଶରେ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ । ମୁରାଦାବାଦରେ ଛାତ୍ରୀ ଜଣଙ୍କ ନିଜ ମୁହଁରେ ଆଙ୍କିଲେ ଚନ୍ଦ୍ରଯାନ-୩ । ପୋଷ୍ଟର ମାଧ୍ୟମରେ ଦେଲେ ବିଜୟର ବାର୍ତ୍ତା ।

account_circle